Unknown

ହନୁମାନ ଚାଳିଶା

ଶ୍ରୀମାନ ବିହାରୀ ଦାସ

 

ବନ୍ଧୁବର୍ଗ ପ୍ରାଚୀନ ଭୂତକାଳୀୟ ପ୍ରଶଂସନୀୟ ଶ୍ରୀ ତୁଳସୀ ଦାସଙ୍କର ବିରଚିତ ହିନ୍ଦିଭାଷାରେ ହନୁମାନ ଅଷ୍ଟକ ରହିଥିଲା ତାହା ଉତ୍କଳୀୟ ପକ୍ଷରେ ଅସୁବିଧାଜନକ ହେଉଥିବା ଭାବି ଉତ୍କଳ ଭାଷାରେ ଅନୁବାଦ କରି ଆପଣମାନଙ୍କ ଚାକ୍ଷୁଷ କରାଇଲି । ଯେଉଁମାନଙ୍କର ହନୁମାନଙ୍କର ଚରିତ୍ରରେ ଶ୍ରଦ୍ଧାଥାଏ ସେମାନଙ୍କର ପ୍ରିୟବୋଧ ହେବ ଭାଇମାନେ ! ଯାହାର ଇଚ୍ଛାହୁଏ ନେଇ ଆତ୍ମବିଚାର ପୂର୍ବକ ପଠନ କରିବା ହେଉନ୍ତୁ ।

 

ଶ୍ରୀମାନ୍‌ ବିହାରୀ ଦାସ ମହନ୍ତ

ମହାରାଜ ସମ୍ୱଲପୁର

ଶ୍ରୀ ଗୋପଳଜି ମଠ

 

ରାଗ (ରାମକେରି)

ଶ୍ରୀଗୁରୁ ଚରଣ ସରସି      ଜରେ ରହୁ ମୋଧ୍ୟାନ ।

ତାଦାତ୍ମ୍ୟ ଭୃଙ୍ଗ ସ୍ୱରୂପରେ      କରଇଁ ଆସ୍ୱାଦନ ।

ସେହି ପାଦରଜ ମୁକୁର      କାନ୍ତି ଆଭାକୁ ସ୍ମରି ।

ଖଣ୍ଡିବି ଅଶେଷ କଳୁଷ      ଭବୁଁ ଯିବି ନିସ୍ତରି ।

 

ଗୁରୁ ରୂପୀଯେ ରଘୁରାଣ      ବିଶୁଦ୍ଧ କୀର୍ତ୍ତିପାର ।

ରାମଚନ୍ଦ୍ର ଗୁଣ ଗାଇଣ      ବାଲ୍ମିକ ସେ ଉଦ୍ଧାର ।

ଧର୍ମଅର୍ଥ କାମ ମୋକ୍ଷାଦି      ଦେବା କର୍ତ୍ତା ଈଶ୍ୱର ।

ଦାସ ଅନୁଚର ତାଙ୍କ      ଅଟନ୍ତି ମହାବୀର ।

 

ତାଙ୍କଧ୍ୟାନେ ଫଳଦ ହେବେ       ନିଶ୍ଚୟ ତତ୍ତ୍ୱ ରଖି

କୃପାକରି ଫଳଦ ହେବେ             ଅନଭିଜ୍ଞତା ଦେଖି ।

ଧ୍ୟାନରେ ପବନ ନନ୍ଦନ      ମୋ ନିବେଦନ ଘେନ ।

ବଳ କୈାଶଳ ବିଦ୍ୟାଧନ      ଦେଇ କ୍ଳେଶ ଖଣ୍ଡନ ।

 

ଅବଶ୍ୟ ସୁଦୟା କରିବେ      ଏହି ଭରସା ମୋର ।

ହୁନମାନ ସ୍ତୁତି ଶୁଣିଲେ      ଦୟାହେବ ନିକର ।

ରାମଚନ୍ଦ୍ରଙ୍କ ପରିକର      ଅସୀମ ବଳଶାଳୀ ।

ଅଞ୍ଜନୀ କୁମାର ପବନ      ନନ୍ଦନ ମହାବଳୀ ।

 

ବିକ୍ରମରୂପେ ମହାବୀର      ବଜ୍ର ଅଙ୍ଗ ସେ ଲୋଭା ।

ଅଧର୍ମିଙ୍କର ହନ୍ତା ପ୍ରଭୁ      ଧର୍ମଧାରକ ପ୍ରଭା ।

କନକ ବର୍ଣ୍ଣ ଶୋଭାନିତ      ଜ୍ୟୋତିତବ ପ୍ରଖର ।

ବିଜ୍ଞାନ ପୂର୍ଣ୍ଣ ଅଙ୍ଗେ ତବ      କର୍ଣ୍ଣେକୁଣ୍ଡଳ ସାର ।୧୦

 

କୁଞ୍ଚିତ କେଶରେ ଜଡ଼ିତ      କନକ କାନ୍ତି ଆଭା ।

ହସ୍ତରେ ବଜ୍ର ଶୋହୁଅଛି      ଜୟ ପତାକା ଶୋଭା ।୧୧

ଯଜ୍ଞୋପବିତ ସ୍କନ୍ଧଦେଶେ      କଟୀବନ୍ଧ କାଛଟା ।

ଶିବାତ୍ମଜ କେଶରୀ ପୁତ୍ର      ତେଜ ପ୍ରଖର ନିଷ୍ଠା ।୧୨

 

ଚତୁର୍ଦ୍ଦଶପୁରେ ବିଖ୍ୟାତ      ବିଜୟ ନାମେ ଖ୍ୟାତି ।

ଗୁଣ ସାଗର ହେ ଚତୁର       ବିଦ୍ୟାପୂର୍ଣ୍ଣ ସୁକାନ୍ତି ।୧୩

ଶ୍ରୀରାମଙ୍କ କାର୍ଯ୍ୟେତତ୍ପର      ଆଜ୍ଞାମାତ୍ରେ ତା କରି ।

ରଘୁବରଙ୍କର ଚରିତ୍ର      ଶୁଣନ୍ତି ସ୍ନେହ ଧରି ।୧୪

 

ରାମ ଲକ୍ଷ୍ମଣ ସୀତାଙ୍କର      ମନ ମୁଗ୍ଧ କାରକ ।

ସୂକ୍ଷ୍ମରୂପେ ଅଶୋକମନେ      ସୀତା ଦର୍ଶନେ ଭେଖ ।୧୫

ବିକଟ ଭୀମାକାର ହୋଇ      ଲଙ୍କାକୁ ଦଗ୍ଧ କଲ ।

ଭୀମାକାରେ ପ୍ରଚଣ୍ଡରୂପେ      ଅସୁରଙ୍କୁ ମାଇଲ ।୧୬

 

ଶ୍ରୀରାମଙ୍କ କାର୍ଯେ ତାତ୍ପର୍ଯ୍ୟ       କଲପ୍ରେମକୁ ଧରି ।

ସଞ୍ଜିବନୀ ଆଣି ଲକ୍ଷ୍ମଣ      ପ୍ରାଚୀକୁ ରକ୍ଷାକାରୀ ।୧୭

ଶ୍ରୀରାମଚନ୍ଦ୍ର ପ୍ରଭୁଙ୍କର      ଆଲିଙ୍ଗନ ପାଇଲ

ରଘୁନାଥଙ୍କର ପ୍ରଶଂସା      ସୁପାତ୍ର ତୁମ୍ଭେ ହେଲ ।୧୮

 

ଶ୍ରୀରାମ କହନ୍ତି ହେହନୁ      ଭ୍ରଥପରିତୁ ବନ୍ଧୁ ।

ସମ୍ପୂର୍ଣ୍ଣ ସ୍ନେହରେ ସୁପାତ୍ର      ଶୋଭିତ ପୂର୍ଣ୍ଣଇନ୍ଦୁ ।୧୯

ସହସ୍ର ଅଙ୍ଗ ସେ ରାବଣ      ତୁମ୍ଭଯଶ ଗାଆନ୍ତି ।

ଏହା ପ୍ରକାଶି ରାମଚନ୍ଦ୍ର      ପ୍ରେମାଲିଙ୍ଗନ ଚିନ୍ତି ।୨୦

 

ସନକାଦି ବ୍ରହ୍ମା ନାରଦ      ମୁନିଏ ଆଦି ଗଣ ।

ସରସ୍ୱତୀ ଯମ କୁବେର      ଆବର ଦେବ ଗଣ ।୨୧

ଅନନ୍ତ ଦିଗ ପାଳାଦିରେ      ହୋଇଛ ଖ୍ୟାତ ପନ୍ନ

ସୁଗ୍ରୀବରଙ୍କ ଉପକାର      ରାମଚନ୍ଦ୍ର ମିଳନ ।୨୨

 

ରାଜପଦ ସେ ଯେ ପାଇଲେ      ତୁମ୍ଭବୁଦ୍ଧି କୌଶଳେ ।

ତବ ବୁଦ୍ଧିଜ୍ଞାନେ କପୀଶ      ପଦପାଇ ରହିଲେ ।୨୩

ତୁମ୍ଭଜ୍ଞାନରେ ବିଭୀଷଣ      ହେଲା ସେ ଲଙ୍କେଶ୍ୱର ।

ଚତୁର୍ଦ୍ଦଶ ଲୋକ ଜାଣିଲେ      ସମ୍ପୂର୍ଣ୍ଣ କାର୍ଯ୍ୟେ ବୀର ।୨୪

 

 

ଦ୍ୱାଦଶ ସହସ୍ର ଯୋଜନେ      ରବି ପ୍ରକାଶ ମାନ ।

ଖେଳ କଉତୁକେ ମଧୁର      ଫଳ ଜାଣି ଭକ୍ଷଣ ।୨୫

ଶ୍ରୀରାମ କରୁଁ ଅଙ୍ଗଳିକା      ପାର ମୁଖେ ରଖିଲ ।

ରତ୍ନାକରକୁ ଲଘିଂଗଲ      ମନେ କ୍ଷୋଭ ନ କଲ ।୨୬

 

ଅସାଧ୍ୟକୁ ସାଧ୍ୟ କରତା      ଅଗମ୍ୟରେ ଗମନ ।

କ୍ଷିତିରେ ଦୁର୍ଗମ ସ୍ଥାନକୁ      ଯିବାକୁ ନାହିଁ ଆନ ।୨୭

ରାମଚନ୍ଦ୍ରଙ୍କ ଦ୍ୱାର ପାଳ      ଶ୍ରୀରାମ ଆଜ୍ଞା ବିନା ।

ପ୍ରବେଶ ହୋଇ ନ ପାରନ୍ତି      ଦେଖି ତୁମ୍ଭ ଯାତନା ।୨୮

 

ତୁମ୍ଭେ ସୁରକ୍ଷକ ନିର୍ଭୟ      ଚତୁର୍ଦ୍ଦଶ ଭୁବନ ।

ତବ ଶରଣା ପନ୍ନଥିଲେ      ସବୁ ସୁଖ ସମ୍ପୂର୍ଣ୍ଣ ।୨୯

କୋପହେଲା କାଳେ ଗର୍ଜନେ      ତ୍ରିଲୋକ ଭୟକରି ।

ମହାବୀର ରାବ ଶୁଣନ୍ତେ      ସ୍ଥାନ ସେ ତ୍ୟାଗକାରି ।୩୦

 

ତୁମ୍ଭେ ରକ୍ଷାକର୍ତ୍ତା ଯାହାର      କାହାକୁ ନାହିଁ ଭ୍ରାନ୍ତି ।

ଆପଣଙ୍କ ନିଜ କୋପରେ      ଆପେ ଶାନ୍ତି ଭଜନ୍ତି ।୩୧

କୋପହେଲା କାଳେ ଗର୍ଜନେ      ତ୍ରିଲୋକ ଭୟଙ୍କରି ।

ଶ୍ମଶାନ ବାସୀଭୂତ ପ୍ରେତ      ନାମ ଶୁଣନ୍ତେ ଡରି ।୩୨

 

 

ନାନାକ୍ଳେଶ ରୋଗରୁ ମୁକ୍ତ      କରିବା ସାମର୍ଥ୍ୟତା ।

ନିରନ୍ତର ଧ୍ୟାନ ଧାରକ      ହନୁମନ୍ତ କରତା ।୩୩

ସଂକଟରୁ ମୋକ୍ଷ କରିବେ      ଅବଶ୍ୟ ବଳବନ୍ତ ।

ଦୃଢ଼ ବିଶ୍ୱାସ ରଖି ହୃଦେ      ଧ୍ୟାନେ ରଖ ନିରତ ।୩୪

 

ମନ ବଚନ କର୍ତ୍ତବ୍ୟରେ      ରଖିଥିବ ଯେ ଚିତ୍ତ ।

ନାନା ଆପଦରୁ ରଖିବେ      ଧ୍ୟାୟ ସେ ହନୁମନ୍ତ ।୩୫

ସୃଷ୍ଟି ସଂରକ୍ଷକ ଶ୍ରୀରାମ      ତପୋବନାଧି କାରୀ ।

ତାହାଙ୍କ କାର୍ଯ୍ୟ ସୁଚାଳକ      ମହାବୀର ହୁଁ କାରୀ ।୩୬

 

ଆତ୍ମଜ୍ଞାନରେ ଆଉଦେଖ      ଯାହାର ଯେ କଳ୍ପନା ।

ଇଚ୍ଛାରୁ ବଳିକରି ଲଭ      ଅଧିକରେ ଭାବନା ।୩୭

ଚାରି ଯୁଗରେ ହନୁମନ୍ତ      ବିଖ୍ୟାତ ତୁମ୍ଭ ଅଛି ।

ଜଗତ ଉଜ୍ୱଳ ପ୍ରସିଦ୍ଧ      ହନୁ ପାଇଁ ରହିଛି ।୩୮

 

ସାଧୁ ସନ୍ଥ ଧର୍ମ ରକ୍ଷକ      ତୁମ୍ଭେ ହେ ମହାବୀର ।

ଦାନବ ହନ୍ତା ସେ ହୋଇଣ      ରାମଙ୍କ ପ୍ରିୟବର ।୩୯

ବ୍ରହ୍ମନିରୂପଣ ଅଷ୍ଟାଙ୍ଗ      ନବ ରସଜ ଜ୍ଞାନ ।

ଜନକାତ୍ମଜା ଆନନ୍ଦରେ      ଦେଇ ଅଛନ୍ତି ଦାନ ।୪୦

 

 

ସ୍ତମ୍ଭନ ମୋହନ ଉଚ୍ଚାଟନ      ବଶୀକରଣ ସବୁ ।

ରାମଙ୍କ ଅଙ୍ଗେଥିବା ଧନ      ଚିନ୍ତିଲେ ତୁ ପାଇବୁ ।୪୧

ଏବର ମିଥିଳା ନନ୍ଦନୀ      ଠାରୁ ପାଇଣ ଅଛ ।

ସହୋଦ୍ର ବନ୍ଧୁ ପ୍ରାୟ ହୋଇ      ଦାସତ୍ୱ ନେଇ ଅଛ ।୪୨

 

ତୁମ୍ଭଙ୍କୁ ଭଜିଲେ ଶ୍ରୀରାମ      ଚନ୍ଦ୍ରଙ୍କୁ ସେ ପାଇବ ।

ଜନ୍ମଜନ୍ମାନ୍ତର ଦାରିଦ୍ର୍ୟ      ଦୁଃଖ ପାସୋର ଯିବ ।୪୩

ପ୍ରାଣାନ୍ତେ ଶ୍ରୀରାମଙ୍କବାସ      ବୈକୁଣ୍ଠ ପୁର ଯିବ ।

ଅନ୍ୟଜନ୍ମରେ ହରିଭକ୍ତ      ନିଶ୍ଚୟ ସେ ପାଇବ ।୪୪

 

ଅନ୍ୟଦେବତାଙ୍କ ଆଶ୍ରୟ      ଖୋଜିଲେ ନାହିଁ ଲାଭ ।

ହନୁମନ୍ତଙ୍କ ଆଶ୍ରୟରେ      ପ୍ରାପ୍ତ ହେବ ବିଭବ ।୪୫

ସଙ୍କଷ୍ଟୁ ଉଦ୍ଧାରି ଦୁଃଖକୁ      ନାଶିବେ ମହାବୀର ।

ରଖି ଶୁଦ୍ଧ ଚିତ୍ତ ସେ ହନୁ      ବଳବନ୍ତକୁ ସ୍ମର ।୪୬

 

ଜୟ ଜୟ ହେ ହନୁମନ୍ତ      ଗୁଣବୁଦ୍ଧି ସାଗର ।

ଦୟାକର ସେ ଗୁରୁଦେବ      ଜ୍ଞାନ ଦେବା ପ୍ରକାର ।୪୭

ହନୁମନ୍ତଙ୍କର ଚାଳିଶା      ଶତବାର ସ୍ମରିଲେ ।

ସଙ୍କଷ୍ଟ ବନ୍ଧନରୁ ମୁକ୍ତ      ସୁଖ ସମ୍ପଦମିଲେ ।୪୮

 

 

ବିଜ୍ଞଜନେ ଘେନହୃଦୟେ      ସ୍ମର ଏହି ଚାଳିଶା ।

ଉମାଗୈାରୀ ସାକ୍ଷରେକହେ      ପୁରାଅ ପୂର୍ଣ୍ଣ ଆଶା ।୪୯

ମହାପୂଜ୍ୟ ତୁଳସୀ ଦାସ      ଶ୍ରୀହରିଙ୍କ କୋୟର ।

ଆହେ ହନୁମନ୍ତ ସୁଦୟା      କରିବ ସମୋଭର ।୫୦

 

ରଙ୍ଗବର୍ଣ୍ଣ ନେତ୍ର ଗାତ୍ରଜା      ଲାଙ୍ଗୁଡ଼ ରଙ୍ଗାବାର ।

ଦାନବରେ ଦର୍ପ ଦଳନେ      ବଜ୍ର ଅଙ୍ଗ ସୁନ୍ଦର ।୫୧

ଜୟବୀରବର ହେ ହନୁ      ତୁମ୍ଭ ପାଦେ ଶରଣ ।

ସଙ୍କଷ୍ଟ ଧାରକ ଭାବିଣ      କଲି ଏହା ଜଣାଣ ।୫୨

ତୁଳସୀଦାସଙ୍କ ରଚିତ      ଉତ୍କଳ ଭାଷା କରି ।

ଅନୁବାଦରେ ଜଣାଇଛି      ଦୀନ ହୀନ ବେହାରି ।୫୩

 

ସଂକଟମୋଚନ ସ୍ତୋତ୍ର

ରାଗ (ପୁର)

ବାଲ୍ୟକାଳେ ଭାବି ପ୍ରେମରସଛବି ରବିଙ୍କି ଭକ୍ଷିଲ କୁତୂହଳେ ।

ତ୍ରିପୁରାନ୍ଧକାର ଭୟେ ଥରହର ଆପଦୁଁ ଉଦ୍ଧାର ନ ଲଭିଲେ ।

ଦେବତାଦିଗଣ ଭଜିତୁମ୍ଭଧ୍ୟାନ ସଙ୍କଷ୍ଟୁମୋଚନ ସେ ଭାସ୍କର ।

କିଏ ନ ଜାଣନ୍ତି ତୁମ୍ଭର ବିଭୁତି ସଙ୍କଷ୍ଟମୋଚନ ମହାବୀର ।

 

ବାଳିର ଯେତ୍ରାସ ସୁଗ୍ରୀବର ବଂଶ ଉଜିଗିରି ଦାସ ସେ ରହିଲେ ।

କାଳହୃଦେ ଧରି ପ୍ରଭୁମେଳ କରି ବିଷୟ ଜଣାଇ ରାମ ମୂଳେ ।

ଦ୍ୱାରପାଳ ହୋଇ ଶପଥକୁ ଦେଇ ମୁନି ଶ୍ରେଷ୍ଠଥିଲେ ସେହି ସ୍ଥଳେ

ହୋଇ ଦ୍ୱିଜବେଶ ହୋଇଣ ପ୍ରବେଶ ପ୍ରଭୁସଙ୍ଗ ମେଳ ବିହିକଲେ

 

ସୁଗ୍ରୀବର ତ୍ରାସ କରିଅଛ ନାଶ ମୁହିଁ ତବ ଦାସ କଷ୍ଟହର ।

କିଏ ନଜାଣନ୍ତି ତୁମ୍ଭର ବିଭୁତି ସଙ୍କଷ୍ଟ ମୋଚନ ବୀରବର ।

ସୀତାଖୋଜିବାର ଅଙ୍ଗଦସଙ୍ଗର ମେଳହେବା ଭାବ ହୃଦୟର ।

ସୁଗ୍ରୀବରରାଜନ ନିଷ୍ଠୁର ବଚନ ଖୋଜି ଆଣିଦିଅ ମହାବୀର ।

 

ସମ୍ବାଦ ନ ଆଣି ଯେ ଆସିବଜାଣି ପ୍ରାଣହରାଇବ ନିଶ୍ଚେ ଜାଣ ।

ବାନ୍ଧକରି ପଣ ସମୁଦ୍ରାଦିସ୍ଥାନ ନପାଇଣ ଚିହ୍ନ ମନଛନ୍ନ ।

ସଙ୍ଗେଥିବା ଜନ ସର୍ବେ ହତଜ୍ଞାନ ବିଭାବିଣଗଲ ଭାବଉର ।

କିଏନ ଜାଣନ୍ତି ତୁମ୍ଭର ବିଭୁତି ସଙ୍କଷ୍ଟ ମୋଚନ ହନୁବୀର ।

କାପଟ୍ୟ ହୃଦୟ ଦେଖାଇବା ଭୟ କକ୍ଷାବାନ୍ଧ ମନେ ଦଶାନନ ।

ରାକ୍ଷସୀଙ୍କ ପଲ ରଖିସୀତା ସ୍ଥଳ ପରିଚୟରେ ଶୋକ ନାଶିଣ ।

ସେହିକାଳ ଜାଣି ଆହେବୀର ମଣି ଦାନବଗଣଙ୍କ ହନ୍ତାହେଲ ।

ଭାବିମର୍ମଭାବ ସୀତାଙ୍କର ଠାବ ମୁଦ୍ରିକା ଦେଇ ସନ୍ତୋଷ କଲ ।

ଅଶୋକ ସେବଣ କରିରଣଭଣ ଲଙ୍କା ପୋଡ଼ି କଲ ନାରଖାର ।

କିଏ ନଜାଣନ୍ତି ତୁମ୍ଭର କିରତି ସଙ୍କ ଷ୍ଟ ମୋଚନ ଜୀବବର ।

ଯୁଦ୍ଧ କାଳବାର୍ତ୍ତା ଲକ୍ଷ୍ମଣବ୍ୟବସ୍ଥା ବଜ୍ର ଶ୍ରୀହାରିଲା ସେ ରାବଣ ।

ହୋଇ ହତଜ୍ଞାନ ସମସ୍ତେ ଉଚ୍ଛନ୍ନ ଔଷଧ ନେବାକୁ ଗଲପୁଣ ।

ସୁଷେଣଙ୍କ ବାଣୀ ହୃଦେ ତାହାଗୁଣି ଦ୍ରୋଣଗିରି ଉପାଡ଼ି ଆଣିଲ ।

ଆଣି ସଞ୍ଜବନୀ ପ୍ରୟୋଗରେ ଜାଣି ଲକ୍ଷ୍ମଣଙ୍କୁ ଜୀବନ୍ୟାସ ଦେଲ ।

ସେ ଯେ ରଘୁରାଣ ସୈନ୍ୟଦିସଙ୍ଗେଣ ଉଚ୍ଚାରିଲେ ତବ ଜୟସ୍ୱର ।

କିଏ ନଜାଣନ୍ତି ତୁମ୍ଭର ବିଭୁତି ସଙ୍କଷ୍ଟ ମୋଚନ ହନୁବୀର ।

ରାବଣ ଯୁଦ୍ଧରେ ହତଜ୍ଞାନଭରେ ଅହିମାଳ ଶର ପ୍ରହାରିଲା ।

ରଘୁବାର ସୈନ୍ୟ ସେନାଶବନ୍ଧନ ସମସ୍ତଙ୍କୁ ଅହି ଘୋଟିଥିଲା ।

ଶ୍ରୀରାମ ଲକ୍ଷ୍ମଣ ଦେଖି ହତଜ୍ଞାନ ତୁମ୍ଭେ ରଖିପଣ ଯାଇପୁଣି ।

ଗରୁଡ଼ ଆଣିଣ ସଙ୍କଷ୍ଟ ଖଣ୍ଡିଣ ସୈନ୍ୟ ଆନନ୍ଦ ତୁମ୍ଭରି ଘେନି ।

 

ରାବଣର ଗର୍ବ କଲତୁମ୍ଭେ ଖର୍ବ ଆନନ୍ଦ ପ୍ରଫୁଲ୍ଲ ରାମଉର ।

କିଏ ନ ଜାଣନ୍ତି ତୁମ୍ଭର ବିଭୁତି ସଙ୍କଷ୍ଟ ମୋଚନ ବାନାତୋର ।

ଭାଇବନ୍ଧୁ ଗଣ କରି ପ୍ରେମଧ୍ୟାନ ଅହିରାବଣ କପଟ କରି ।

ଶ୍ରୀରାମ ଲକ୍ଷ୍ମଣ ପାତାଳ ଭୁବନ ଘେନିଗଲା ଦେବାକୁ ସଂହାରି ।

 

ଅଭୟା ଭୈରବୀ ରଖାଇଣଛବି ବଳଦେବା ଭାବି ସେ ଯେଥିଲା ।

ତୁମ୍ଭେ ଯାଇକରି ସୈନ୍ୟତାର ମାରି ଖଣ୍ଡିଲ ତାଶିରି ନାଶଗଲା ।

ପୁତ୍ର କରିରାଜା ବଜାଇଣ ବଜା ରାବଣର ହେଜା ନାରଖାର ।

କିଏ ନଜାଣନ୍ତି ତୁମ୍ଭର ବିଭୁତି ସଙ୍କଷ୍ଟ ମୋଚନ ନାମତୋର ।

 

ସୁରନରଙ୍କର କାର୍ଯ୍ୟର ବେଭାର ବଡ଼ଲୋକ ଚିହ୍ନି ଖ୍ୟାତି ହୁଅ ।

ସାମାନ୍ୟ ମୋଦୁଃଖ ଏହାକୁ ନ ଦେଖ କରୁଛି ବିବେକ ଲାଗେଭୟ ।

ଯେବେ ଅଛିପଣ ସଙ୍କଷ୍ଟ ଖଣ୍ଡନ ବେଗେ ଆସିକରି ମହାବୀର ।

କିଏ ନଜାଣନ୍ତି ତୁମ୍ଭର ବିଭୁତି ସଙ୍କଷ୍ଟ ସୋଚନ ନାମ ତୋର ।

 

ନିର୍ଦ୍ଦୋଷରେ ପ୍ରାସ ଲଭି କାରାବାସ ଭକ୍ତିଭାବେ ହନୁମାନ କୀର୍ତ୍ତି ।

କଲେ ସୁସ୍ୱରେ ଗାୟନ ଶୁଣି ହନୁମାନ ଖଣ୍ଡିଲେ ତୁଳସୀ ଦାସ ଭ୍ରାନ୍ତି ।

ଏହି ଅଷ୍ଟକ ଉଚ୍ଚାରି ସଙ୍କଷ୍ଟରୁ ପାରି ଲଭିଲେ ଉଲ୍ଲାସ ଭାବ ।

ପ୍ରକାଶକ ହେଲେ ସାଧୁ ସନ୍ଥ ମେଳେ ସଙ୍କଷ୍ଟ ମୋଚନ ସାରଭାବ ।

 

 

ହିନ୍ଦିଭାଷାସ୍ଥିତ ଉତ୍କଳରେ ଯୁକ୍ତ ଅନୁବାଦ ମୋର କରିବାର ।

ବେହାରିଦାସ କହିଲି ଭଜିମହାବଳୀ ହନୁମାନଙ୍କ ସଦାକୋୟର ।

ଆହେ ମହାବୀର ତୁମ୍ଭପରିକର ସଙ୍କଷ୍ଟୁ ଉଦ୍ଧର ବୀରବର ।

 

ଗଦ୍ୟରେ କବିର କହି ଅଛନ୍ତି

ରିତୁପନ୍ନ ନାମକ ଏକ ବିଶାଳ ବନ, ତହିଁରେ ଶ୍ରୀକଣ୍ଠନାମକ ପର୍ବତ ରହିଅଛି । ଚନ୍ଦ୍ର ସରୋଜର ପୁଷ୍କରିଣୀ ମହାପ୍ରେମଦାୟକ ଶୁଭ ସ୍ଥାନଅଟେ । ଗିରି ନିକଟବର୍ତ୍ତୀ ସେଠାରେ ବନକନ୍ୟା ଅଞ୍ଜନୀ ଶିବଙ୍କୁ ଇଚ୍ଛାକରି ତପସ୍ୟା କରୁଥିଲେ । ଅଞ୍ଜନୀ ମହା ତପସ୍ୟାବତୀ ଓ ଶାନ୍ତମତି ସାଧ୍ୱୀ ସତ୍ୟବତୀ ଥିଲେ । ଏକ ସମୟରେ ଅତି ଅନିଳ ପ୍ରଖର ମାର୍ତ୍ତଣ୍ଡ କିରଣରେ ଶ୍ରମିତ ହୋଇ ସେଠାରେ ପ୍ରବେଶ ହେଲେ । ଆହା କି ଆନନ୍ଦଦାୟକ ! ସରୋବର ସନ୍ନିକଟରେ ନାନାବୃକ୍ଷମାନଙ୍କଦ୍ୱାରା ଘନଘନ ପଲ୍ଲବରେ ଛାୟାହୋଇ ରହିଅଛି । ବସନ୍ତ ସନ୍ତତ ମନମୁଗ୍ଧାକାରକରେ ରହିଥିବା ହେତୁ ବସନ୍ତ ତାହାଦେଖି ଶୟନରେ ଇଚ୍ଛା କଲେ । ସଙ୍ଗେ ୨ ସେହି ବସନ୍ତ ପବନ ବାଜି କାମୋଦ୍ଦୀପନ ଅର୍ଥାତ୍‌ କନ୍ଦର୍ପ ଉଦ୍ଦୀପନରେ ବସନ୍ତର ରେତସ୍ଖଳିତ ହେଲା । ସରୋବରରୁ କମଳପତ୍ର ଆଣି ମହାଯତ୍ନ ପୂର୍ବକ ପୁଡ଼ିଆବାନ୍ଧି ରଖିଲେ । ସ୍ତ୍ରୀମାନଙ୍କର ଚଞ୍ଚଳମଳି ସ୍ୱଭାବ ହେତୁ ବୀର୍ଯ୍ୟନମଣି କଣ ରଖା ହୋଇ ଅଛି ଭାବି ଅଞ୍ଜନୀ ତାହା ଭକ୍ଷଣ କଲେ । ସେହି ଭକ୍ଷଣରେ ତାଙ୍କର ଗର୍ଭାବସ୍ଥା ହେଲା । କାଳାନ୍ତରେ ଦୈବ ଯୋଗେ ପବିତ୍ରତାରେ ସେଠାରୁ ବସନ୍ତ ଆସିଲେ ପତ୍ର ପୁଢ଼ିଆ ଖୋଜିବସିଲେ ଭାବିଲେ ଅଗ୍ନିରେ ଦଗ୍ଧ କି ହୋଇଗଲା, ଏହାଭାବି ବିଶାଦଯୁକ୍ତ ହେଲେ ସେଠାରେ ଅଞ୍ଜନୀ କହିଲେ ତୁମ୍ଭେ କିଏ କାହିଁକି କଣ ଖୋଜାହେଉ ଅଛି । ଏହା କହିବାରୁ ପବନ କହିଲେ ମମବୀର୍ଯ୍ୟ କମଳ ପତ୍ରରେ ବାନ୍ଧିରଖିଥିଲି । ଏହାକହି ବନରୁ ବାହୁଡ଼ିଗଲେ । ଅଞ୍ଜନୀ ସେଠାରେ ମନ ମଳିନତା କଲେ ।

 

ଭାବିଲେ ଅକର୍ମକରି ମନ ସନ୍ତାପିତ ହେବାର କାରଣ କି ? ମୋର ଉଦରକୁ ମୁଁ ଚିରିପକାଏଁ । ଏହାକହି ଉଦରକୁ ଚିରି ବସିଲେ ବିଶ୍ୱେଶ୍ୱର ମହାଦେବ ଆକାଶ ବାଣୀ କଲେ । ‘ରେ ହନୁମନ୍ତ ମହାକଷ୍ଟକାରକ’ । ଏହା ଶୁଣି ଅଞ୍ଜନୀ ସମୀପବର୍ତ୍ତନୀ ହେଲେ । ଶିବ କହିଲେ ଏହା ପ୍ରମାଣକଥାନେଇ ମନରେ ରଖ ମୋର ଏକାଂଶରୁ ତୋରଗର୍ଭରେ ପୃଥିବୀର ପ୍ରଶଂସାକାରକ ପୁତ୍ରଜନ୍ମ ହେବ । ଶ୍ରୀରାମ ଭକ୍ତ ସାହସିକ ଧୀଶକ୍ତିବାନ୍‌ ବିଖ୍ୟାତ ହନୁମନ୍ତବୀର ତବ ଗର୍ଭସ୍ଥିତ ପୁତ୍ର ମମ ଏକାଦଶରୁଦ୍ର ଧାରକରେ ଜାତ ହେବ । ଦେବତାଙ୍କ କାର୍ଯ୍ୟସିଦ୍ଧି ସଂଗ୍ରାମରେ ଯୁଦ୍ଧର ବୀରମୂର୍ତ୍ତିଧାରକୋତ୍ପତି ହେବ । ଅଞ୍ଜନୀ କହିଲେ ହେପ୍ରଭୁ ମୁଁ ଅବଳା ନିର୍ଦ୍ଦୋଷରେ ମୋର ପ୍ରତି ଦୋଷ ଲାଞ୍ଛନା ରହିବାର ଏହା ବିଚାର କରନ୍ତୁ ।

 

ଆକାଶବାଣୀ କେଶରୀନାମକ କପୀନ୍ଦ୍ର ମହାପ୍ରକାଣ୍ଡ ରୂପରେ ଶମ୍ଭୁସେବାରେ ମଗ୍ନ ଅଛନ୍ତି-। ଏଠାରେ ଅଞ୍ଜନୀମଧ୍ୟ ତପଯୋଗରେ ରହିଥିଲେ । ଅନ୍ୟଆଡ଼େ କେଶରୀକପିନ୍ଦ୍ର ତପସ୍ୟା ସାଧନରେ ପ୍ରବୃତ୍ତ ଥିଲେ । ହରଆଜ୍ଞାକ୍ରମେ ଧର୍ମ ଚିନ୍ତାହେତୁ ଏଠାରେ ଉଭୟଙ୍କର ପାଣିଗ୍ରହଣ ସମ୍ପନ୍ନ ହେଲା । ସଂସାର ପ୍ରସାଦ ତ୍ରିଲୋକରେ ଖ୍ୟାତହେଲା । ଦେବତା ମୁନିଗଣ ସର୍ବେ ଆନନ୍ଦ ପ୍ରକାଶ କଲେ । ଏଠାରୁ ଅଞ୍ଜନୀଙ୍କ ଉଦରକୁ ମହାବୀର ହନୁମନ୍ତ ଦୀର୍ଘାୟୁ ଦେବତାଙ୍କର ସହାୟରେ ବିଷ୍ଣୁଙ୍କର ଭକ୍ତ ମହାବଳବନ୍ତ ମୂର୍ତ୍ତିଧାରକ ହୋଇ ଜନ୍ମ ହେଲେ ।

 

ସମ୍ପୂର୍ଣ୍ଣ